Advertisement
Categories: ବାଣିଜ୍ୟ

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି କିମ୍ବା କଥାବାର୍ତ୍ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାଇ ଦେଇଛି। ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ବିମାନ ଶିଳ୍ପରେ ଅନ୍ୟ କମ୍ପାନୀରେ ନିଯୁକ୍ତି ମିଳିଯିବ ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନ୍ତବ୍ୟ ଦେବା ପରେ ସଂଘ ଏଭଳି ପ୍ରତିକ୍ରିୟା ରଖିଥିବା ଜଣା ପଡିଛି। ବିମାନ କମ୍ପାନୀରେ ଗତ ୧୫ରୁ ୨୦ ବର୍ଷ ଧରି କାର୍ଯ୍ୟ କରିଥିବାରୁ ଏହାର ଉତ୍ଥାନ ଏବଂ ଅସୁବିଧା ସହ ସାମିଲ ଥିବା କର୍ମଚାରୀ ମାନେ କହିଛନ୍ତି। ଏଣୁ କେନ୍ଦ୍ରମନ୍ତ୍ରୀ ବେପାରୁଆ ଢଙ୍ଗରେ ଏଭଳି ମନ୍ତବ୍ୟ ଦେବାକୁ ସଂଘ ନାପସନ୍ଦ କରିଛି। ଅପରପକ୍ଷରେ କମ୍ପାନୀକୁ ଘରୋଇକରଣ କରିଦେବା ସମସ୍ୟାର ପ୍ରକୃତ ସମାଧାନ ନୁହେଁ ବୋଲି ଏୟାର ଇଣ୍ଡିଆ କର୍ମଚାରୀ ସଂଘର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share