Categories: ବାଣିଜ୍ୟ

ବିମାନ ଚଳାଚଳ କ୍ଷେତ୍ରକୁ ମିଳିପାରେ ୧୨ ହଜାର କୋଟି

ନୂଆଦିଲ୍ଲୀ,୨୦-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ୧୨ ହଜାର କୋଟି ଟଙ୍କାର ପ୍ୟାଜେକ ମିଳିପାରେ। ଏବେ ଅଧିକାଂଶ କମ୍ପାନୀ ସେମାନଙ୍କ ବିଦେଶୀ ଉଡାଣକୁ ଅସ୍ଥାୟୀ ସମୟ ଲାଗି ବନ୍ଦ କରି ଦେଇଛନ୍ତି। ବିମାନ କମ୍ପାନୀଗୁଡିକର ନଗଦ କମିବା ଯୋଗୁ ସ୍ଥିତି ବିଗିଡିଛି। ମାର୍ଚ୍ଚ ତ୍ରୈମାସରେ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ୪,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ ବୋଲି ଅନୁମାନ କରାଯାଇଛି। ଏଭଳି ସ୍ଥିତିରେ ବିମାନ ଶିଳ୍ପକୁ ସରକାର ସହାୟତା ଲାଗି ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଏକ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ରହିଛି। ଏହାବାଦ ବିମାନ କ୍ଷେତ୍ରକୁ ଟିକସ ରିହାତି ଦେବାକୁ ଅର୍ଥ ମନ୍ତ୍ରଣାଳୟ ଏବେ ବିଚାର କରୁଛି। ଏହାବାଦ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ରେସକ୍ୟୁ ପ୍ୟାକେଜ ଦେବାକୁ ପ୍ରସ୍ତାବ ରହିଛି। ନଗଦ ସଙ୍କଟ ଯୋଗୁ କିଛି ବିମାନ କମ୍ପାନୀ ବନ୍ଦ ହୋଇ ପାରେ ବୋଲି ଏକ ରିପୋର୍ଟ ମଧ୍ୟ ଆସିଛି। ଏହାବାଦ ସାରା ବିଶ୍ୱର ବିମାନ ଚଳାଚଳ କ୍ଷେତ୍ର ଲାଗି ୧୫ ଲକ୍ଷ କୋଟିର ପ୍ୟାକେଜ ଆବଶ୍ୟକ ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Share