ବିମାନ ଚଳାଚଳ କ୍ଷେତ୍ର ପାଇଁ ଆସିଲା ଏସ୍‌ଓପି

ନୂଆଦିଲ୍ଲୀ,୧୩।୫: ଲକ୍‌ଡାଉନ ପରେ ବିମାନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁର(ଏସ୍‌ଓପି) ଜାରି କରାଯାଇଛି। ଏଥିରେ କଡ଼ାକଡ଼ି ଭାବେ ନିୟମ ପାଳନ କରିବାକୁ ପ୍ରସ୍ତାବ ରହିଛି। ସ୍କ୍ରିନିଂ ପ୍ରକ୍ରିୟା, କୋଭିଡ୍‌-୧୯ ସହ ଜଡିତ ପ୍ରଶ୍ନ ଉତ୍ତର ଫର୍ମ ଭରିବା, କ୍ୟାବିନକୁ ବ୍ୟାଗ୍‌ ନ ନେବା, ଅତି କମ୍‌ରେ ୨ ଘଣ୍ଟା ଆଗରୁ ବିମାନ ବନ୍ଦରରେ ପହଞ୍ଚିବା ଏବଂ ଆରୋଗ୍ୟ ସେତୁ ଆପ୍ଲିକେଶନର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

Share