ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌ ସିଧା ଛାତ ସହ ଧକ୍କା ହୋଇଥିଲେ। ଫଳରେ ତାଙ୍କ ହାତରେ ଥିବା ସବୁ ଗରମ ପାଣି ଯାତ୍ରୀଙ୍କ ଦେହରେ ପଡ଼ିଥିଲା। ଏଥିଯୋଗୁ ବିମାନରେ ଥିବା ୧୦ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋସୋଭୋରୁ ସ୍ବିଜରଲ୍ୟାଣ୍ଡ ଯାଉଥିବା ଏଏଲ୍‌କେ ଏୟାରଲାଇନରେ। ସୂଚନାଯୋଗ୍ୟ, ବାୟୁର ଚାପ ବଢ଼ିବାରୁ ବିମାନଟି ଏତେ ଜୋରରେ ଦୋହଲି ଯାଇଥିଲା ଯେ ସେଠାରେ ଥିବା ସମସ୍ତ ଯାତ୍ରୀ ଓ ଏୟାରହୋଷ୍ଟେସ୍‌ଙ୍କ ସନ୍ତୁଳନ ବିଗିଡ଼ିଯାଇଥିଲା। ସେହି ସମୟରେ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ପାଇଲଟ ତାଙ୍କୁ ସୁରକ୍ଷିତ ଭାବେ ଅବତରଣ କରିବା ନେଇ ଭରସା ଦେଇଥିଲେ। ତେବେ ସମସ୍ତ ଆହତଙ୍କୁ ବିମାନ ଅବତରଣ ପରେ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share