ବିମାନ ଦୁର୍ଘଟଣାରେ ୨ ପାକ୍‌ ସେନା ପାଇଲଟ ନିହତ

ରାଓ୍ବଲପିଣ୍ଡି,୧୩।୪: ପାକିସ୍ତାନ ସେନାର ମୁସକ ପ୍ରଶିକ୍ଷଣ ବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଗୁଜରାଟ ନିକଟରେ ହୋଇଥିବା ପାକିସ୍ତାନ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସେସ୍‌ ପବ୍ଲିକ ରିଲେସନ୍ସ (ଆଇଏସ୍‌ପିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ମେଜର ଉମେର ଯିଏକି ଜଣେ ଇନଷ୍ଟ୍ରକ୍ଟର ପାଇଲଟ ଓ ପ୍ଟେନାଣ୍ଟ ଫଇଜାନ ଯିଏକି ଜଣେ ଷ୍ଟୁଡେଣ୍ଟ ପାଇଲଟ ବୋଲି କହିଛି ଆଇଏସ୍‌ପିଆର୍‌। ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ପାକିସ୍ତାନ ଡେ’ ରିହରସାଲ ପରେଡ ସମୟରେ ପିଏଏଫ୍‌ ଏଫ୍‌-୧୬ ବିମାନ ଦୁର୍ଘଟଣା ହେବା ଫଳରେ ପାକିସ୍ତାନ ଓ୍ବିଙ୍ଗ କମାଣ୍ଡର ନୌମନ ଅକ୍ରମଙ୍କର ମୃତ୍ୟୁ ହୋଇଥିଲା।

Share