ବିମାନ ଦୁର୍ଘଟଣା:୨ ପାଇଲଟ ମୃତ

ହାନୋଇ,୧୪ା୬(ଏଏଫ୍‌ପି)

ଭିଏତ୍‌ନାମର ଏକ ସାମରିକ ବିମାନ ତାଲିମ ଉଡାଣ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭିଏତନାମ୍‌ର ଭଲ ରେକର୍ଡ ଥିଲେ ମଧ୍ୟ ଏଠାରେ ସାମରିକ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଏକ ନିୟମିତ ଘଟଣା। ଭିଏତ୍‌ନାମ୍‌ର କେନ୍ଦ୍ରୀୟ ଖାନ୍‌ ହୋଆ ପ୍ରଦେଶରେ ମିତ୍ରରାଷ୍ଟ୍ର ରୁଷିଆର ଏକ ଟୁ-ସିଟର ହେଲିକପ୍ଟର ୟାକୋଭ୍ଲେଭ ୟାକ-୫୨ ଗୋଟିଏ ପର୍ବତରେ ବାଡେଇ ହୋଇଯିବାରୁ ଜଣେ ପାଇଲଟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ପାଇଲଟ୍‌ଙ୍କୁ ହସ୍ପିଟାଲ୍‌ ନିଆଯିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ତଦନ୍ତ ପାଇଁ ଦୁର୍ଘଟଣାସ୍ଥଳକୁ ଘେରାଉ କରି ରଖାଯାଇଛି।

Share