Categories: ଖେଳ

ବିମାନ ବିଳମ୍ବ: ବିଶ୍ୱକପ୍‌ରୁ ଓହରିଲେ ଭାରତୀୟ ତୀରନ୍ଦାଜ

କୋଲକାତା,୨୧ା୪ (ପି.ଟି.)- ବିମାନ ବିଳମ୍ବ ଯୋଗୁ ଭାରତୀୟ ତୀରନ୍ଦାଜମାନେ ବିଶ୍ୱକପ୍‌ରୁ ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି। କଲମ୍ବିଆର ମେଡଲିନଠାରେ ସିଜନ ଆରମ୍ଭ ବିଶ୍ୱକପ୍‌ ଷ୍ଟେଜ୍‌ ଓ୍ବାନ ସୋମବାରଠାରୁ ହେବ। ଭାରତର ସିନିୟର ରିକର୍ଭ ଏବଂ କମ୍ପାଉଣ୍ଡ ଦଳ ଏଥିରେ ଭାଗ ନେଇଥାନ୍ତେ। ୨୩ ଜଣିଆ ଦଳ ଶନିବାର ସକାଳେ ରୟାଲ ଡଚ୍‌ ଏୟାରଲାଇନ୍ସ କେଏଲଏମ୍‌ ୮୭୨ ବିମାନ ଯୋଗେ ଦିଲ୍ଲୀରୁ ଆମଷ୍ଟାରଡାମ ଯାତ୍ରା କରିଥାନ୍ତେ। ମାତ୍ର କୌଣସି ସମସ୍ୟା ପାଇଁ ୨ ଘଣ୍ଟା ୫୩ ମିନିଟ୍‌ ବିଳମ୍ବରେ ଯାତ୍ରା କରିଥିଲା। ଫଳରେ ତୀରନ୍ଦାଜମାନେ ପ୍ରତିଯୋଗିତାରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ଖବର ଅନୁସାରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ବିମାନ ବୁକିଂ କରିବାରେ ବହୁ ବିଳମ୍ବ କରିଥିଲା। ଯଦ୍ଦ୍ବାରା ତୀରନ୍ଦାଜମାନେ ଯଦି ସ୍ବାଭାବିକ ସମୟରେ ବିମାନ ଯାତ୍ରା କରିଥାନ୍ତେ ତେବେ ଇଭେଣ୍ଟ ପାଖାପାଖି ସମୟରେ ସେମାନେ ପହଞ୍ଚତ୍ଥାନ୍ତେ। ବିଳମ୍ବ ଘଟିବା ଦ୍ୱାରା ସେମାନେ ଇଭେଣ୍ଟରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥାନ୍ତେ।

Share