ବିମାନ ଯାତ୍ରା ସମୟରେ ଏସବୁ ଖାଦ୍ୟପଦାର୍ଥ ପ୍ରତି ରହିଛି ପ୍ରତିବନ୍ଧକ

ସାଧାରଣତଃ ଲୋକେ ବସ୍‌, ଟ୍ରେନ୍‌ କିମ୍ବା ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ କିଛି ଖାଦ୍ୟପଦାର୍ଥ ନେଇଥାନ୍ତି। କାରଣ ଯାତ୍ରା ଯେପରି ବୋରିଂ ନ ହେବ। ମାତ୍ର ବିମାନରେ ଯାତ୍ରା କରିବା ସମୟରେ କିଛି ଖାଦ୍ୟ ପଦାର୍ଥ ସାଙ୍ଗରେ ନେବା ପାଇଁ ବାରଣ କରାଯାଇଛି। ଏ ବିଷୟରେ ସମ୍ପୂର୍ଣ୍ଣ ସଚେତନ ହେବା ଉଚିତ୍‌। ତେବେ କେଉଁ ଖାଦ୍ୟ ସାମଗ୍ରୀ ପ୍ରତି ପ୍ରତିବନ୍ଧକ ରହିଛି ଜାଣନ୍ତୁ ଏ ସମ୍ପର୍କରେ…

ମସଲା ଜାତୀୟ ସାମଗ୍ରୀ: ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ କୌଣସି ମସଲା ଜାତୀୟ ସାମଗ୍ରୀ ନେବେ ନାହିଁ। ଯଦି ନିହାତି ଜରୁରୀ ପଡ଼େ ତେବେ ଏହାକୁ ଭଲ ଭାବରେ ପ୍ୟାକ୍‌ କରିବାକୁ ଧ୍ୟାନ ଦିଅନ୍ତୁ।

ଆଲ୍‌କହଲ୍‌: ବିମାନ ଯାତ୍ରା ସମୟରେ ଆଲ୍‌କହଲ୍‌କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଜାମ୍‌: ବିମାନରେ ଯାତ୍ରା କରିବା ସମୟରେ ସାଥୀରେ ଜାମ୍‌ ନେବେ ନାହିଁ। ୧୦୦ମିଲିରୁ ଅଧିକ ଓଜନର ଜାମ୍‌ ସାଙ୍ଗରେ ନେଉଥିଲେ ସୁରକ୍ଷାକର୍ମୀ ଏହାକୁ ବାରଣ କରିବେ ନିଶ୍ଚିତ।

ସୁପ୍‌: ବିମାନରେ ତରଳପଦାର୍ଥ ନେବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସୁପ୍‌ ମଧ୍ୟ ବ୍ୟାନ୍‌ କରାଯାଇଛି।
ଏତଦ୍‌ବ୍ୟତୀତ କଟା ଯାଇଥିବା ଫଳ, ବେବି ଫୁଡ୍‌, କ୍ୟାନ୍‌ ଫୁଡ୍‌,ଘିଅ ଆଦି ବିମାନ ଯାତ୍ରା ସମୟରେ ସାଙ୍ଗରେ ନେବା ପାଇଁ ପ୍ରତିବନ୍ଧକ ରହିଛି।