ବିମାନ ଯାତ୍ରୀଙ୍କ ପାଇଁ ମାସ୍କ୍‌-ଚଷମା ପିନ୍ଧିବା ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୧।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌-୪ ଜାରି ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ମେ ୨୫ରୁ ଘରୋଇ ବିମାନ ଚଳାଚଳ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଯାତ୍ରୀଙ୍କ ପାଇଁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ୪ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ। ସେହିପରି ମାସ୍କ୍‌ ଏବଂ ଚଷମା ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସାଙ୍ଗରେ ଗୋଟିଏ ବ୍ୟାଗ୍‌ରୁ ଅଧିକା ସାମଗ୍ରୀ ଆଣିଲେ ଯାତ୍ରୀଙ୍କୁ ଯାତ୍ରା ଲାଗି ଅନୁମତି ଦିଆଯିବ ନାହିଁ। ସେହିପରି ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୁଇ ସିଟ୍‌ ମଧ୍ୟରେ ଗୋଟିଏ ସିଟ୍‌ ଖାଲି ରହିବ।

Share