ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌: ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ କରାଯାଇଛି। ଏ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ରେଳରେ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନାଁ ପଞ୍ଜୀକରଣ କରିବେ। ଯଦି କୌଣସି କାରଣରୁ କେହି ପଞ୍ଜୀକରଣ କରିପାରି ନାହାନ୍ତି ତେବେ ସେମାନଙ୍କ ତଥ୍ୟ ଭାରତ ସରକାର ଅଥବା ରେଳ କର୍ତ୍ତୃପକ୍ଷଙ୍କଠାରୁ ପାଇବା ମାତ୍ରେ ରାଜ୍ୟ ସରକାରଙ୍କ ଇଲେକ୍ଟୋନିକ୍‌ ଏବଂ ଆଇଟି ବିଭାଗ କଲ୍‌ ସେଣ୍ଟରରେ ସମ୍ପୃକ୍ତ ଯାତ୍ରୀଙ୍କ ସହ ଯୋଗାଯୋଗ କରାଯିବ। ଏହାପରେ ତାଙ୍କ ତଥ୍ୟ ସଂଗ୍ରହ କରାଯିବ।

ଯେଉଁ ଯାତ୍ରୀମାନେ ବିମାନଯୋଗେ ଆସିବେ ସେମାନେ ପ୍ରଥମେ ପଞ୍ଜୀକରଣ କରିବେ। ବିମାନଯାତ୍ରୀଙ୍କ ଯେତିକି ତଥ୍ୟ ମିଳିବ ତାକୁ ଜିଲାଓ୍ବାରୀ ଏବଂ ସହରାଞ୍ଚଳ ଅଧିକାରୀଙ୍କ ପାଖକୁ ପଠାଯିବ। ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସହରାଞ୍ଚଳ ଓ୍ବାଡ୍‌ ନୋଡାଲ ଅଫିସରଙ୍କୁ ପଠାଯିବ। ବିମାନରୁ ୨୦ ଜଣିଆ ବ୍ୟାଚ୍‌ କରି ଅଣାଯିବ। ଟର୍ମିନାଲ ବାହାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। କାହାର କୋଭିଡ-୧୯ ଲକ୍ଷଣ ଥିଲେ ତାଙ୍କୁ ଅଲଗା କରାଯାଇ ମୁନିସିପାଲ କର୍ତ୍ତୃପକ୍ଷଙ୍କୁ ନେଇ ପରୀକ୍ଷଣ ଏବଂ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯିବ। ବିମାନବନ୍ଦରରୁ ବାହାରିବା ପରେ ନିଜ ଗାଡ଼ିରେ ଯିବା ବ୍ୟବସ୍ଥା କରରିପାରିବେ। ଏଥିସହ ସେଠାରେ ଅତି ସୀମିତ ମାତ୍ରାରେ ଓଲା ଓ ଉବେର ଗାଡ଼ି ଉପଲବ୍ଧ ରହିବ। କ୍ରୁଟ୍‌ ପକ୍ଷରୁ କଟକ ଏବଂ ଅନ୍ୟାନ୍ୟ ସ୍ଥାନକୁ ମୋ ବସ୍‌ ସେବା ସୀମିତ ଭାବେ ସେବା ଯୋଗାଇ ଦେବ। ହୋମ କ୍ୱାରାଣ୍ଟାଇନ୍‌ରେ ୨୮ ଦିନ ରହିବେ। ସରକାରଙ୍କ ନିୟମ ମାନିବେ। ଯଦି ସେମାନେ ଏଥିରେ ଖିଲାପ କରନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଏବଂ ଅନ୍ୟାନ୍ୟ ଆଇନ୍‌ ଅନୁସାରେ ଦଣ୍ଡବିଧାନ କରାଯିବ। ତାଙ୍କ ଘର ଆଗରେ କ୍ୱାରାଣ୍ଟାଇନ୍‌ ବୋର୍ଡ ଲାଗିବ। ଯଦି ଉକ୍ତ ସମୟରେ ଅସୁସ୍ଥତା ଅନୁଭବ କରନ୍ତି ତେବେ ୧୦୪ ହେଲ୍ପ ଲାଇନ୍‌ ନଂରେ ଯୋଗାଯୋଗ କରି ଜଣାନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ।

ସେହିଭଳି ରେଳ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଛି। ଷ୍ଟେଶନକୁ ସିଲ୍‌ କରାଯାଇ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ନିୟମିତ ତଦାରଖ କରାଯିବ। ଯେଉଁମାନେ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯିବେ ସେମାନେ ଟିକେଟ ଦେଖାଇ ସେମାନେ ଯାତ୍ରା କରିପାରିବେ। ପ୍ଲାଟଫର୍ମକୁ ପଶିବା ପୂର୍ବରୁ ତାଙ୍କୁ ସ୍କ୍ରିନିଂ କରାଯିବ। ପରେ ସେମାନେ ସିଧା ଗନ୍ତବ୍ୟସ୍ଥଳକୁ ଯାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri