Categories: ଜାତୀୟ

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ ଏବେ ଏହାକୁ ନେଇ ରାହୁଲ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଏହା ପଛରେ ଯାହାର ହାତ ଅଛି ଏବେ ତାଙ୍କୁ କାଠଗଡ଼ାକୁ ଆଣିବା ବାକି ରହିଛି। ୨୦୧୬ ନଭେମ୍ବର ୮ରେ ମୋଦି ୫ଶହ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରି ଦେଇଥିଲେ। ଆଉ ତାଙ୍କର ଏହି ବିମୁଦ୍ରୀକରଣ ରୂପି ଆତଙ୍କବାଦୀ ଆକ୍ରମଣ ଯୋଗୁ ଆଜି ଦେଶର ଅର୍ଥନୀତି ବିଗିଡି ଯାଇଛି ବୋଲି ରାହୁଲ କହିଛନ୍ତି। ଏହାଫଳରେ କେତେ ଜଣଙ୍କ ଜୀବନ ଗଲା, ଛୋଟ ଛୋଟ ବ୍ୟବସାୟ ବନ୍ଦ ହେଲା, ବେରୋଜଗାର ସମସ୍ୟା ବଢିଲା। ତେଣୁ ଏଥିପାଇଁ ମୋଦି ଦାୟୀ ବୋଲି ରାହୁଲ କହିଛନ୍ତି। ଏପର୍ଯ୍ୟନ୍ତ ମୋଦିଙ୍କ ଉପରେ ରାହୁଲ ଯେତେସବୁ ଅଭିଯୋଗ ଆଣିଥିଲେ ଏହା ସବୁଠାରୁ ବଡ ଅଭିଯୋଗ ବୋଲି ଆଲୋଚନା ହେଉଛି।

Share