ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍‌ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା

ଉଦଳା,୩୦ା୭(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟିର ନାମ ବାମ୍ବପିଟ୍‌ ଭାଇପର ବା ଫଟକା ବଡା ସାପ। ଏହି ସାପଟିର ଲମ୍ବ ୨ ଫୁଟ୍‌ ରହିଥିବା ଜଣାଯାଇଛି । ଏହି ଜାତିର ସାପ ବିଶେଷକରି ବାଉଁଶ ବୁଦାରେ ଲୁଚି ରୁହନ୍ତି । ଏହି ସାପ ବିଶେଷତଃ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥାନ୍ତି । ଏହି ସାପ ବିଷଧର ହୋଇଥିବା ବେଳେ ଏହା କାମୁଡିବା ଫଳରେ ଶରୀରରେ ଫୋଟକା ସୃଷ୍ଟି ହୁଏ। ଉଦଳା ବ୍ଲକ ଅଧିନ ରାଢୋ ଗ୍ରାମର କିରଣ ବିଶ୍ୱାଳଙ୍କ ଫାର୍ମ ହାଉସ୍‌ ଚାଳ ଉପରେ ଏହି ସାପ ଦେଖିବାକୁ ମିଳିଥିଲା। ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ରାକେଶ କୁମାର ମହାଳିକ ଏବଂ ଅଭିଜିତ୍‌ ବେହେରା ସାପଟିକୁ ଉଦ୍ଧାର କରି ରାଢୋ ଜଙ୍ଗଲରେ ଛାଡି ଦେଇଥିବା ଜଣାଯାଇଛି ।

Share