ବିରଳ ବୋଡ଼ା ସାପ ଉଦ୍ଧାର

ପଦ୍ମପୁର,୧୮ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ବୁଢ଼ା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଏକ ବିରଳ ଜାତିର ବୋଡ଼ା ସାପ ମଙ୍ଗଳବାର ଉଦ୍ଧାର କରାଯାଇଛି। ସାପଟି ବାଡ଼ିରେ ବୁଲୁଥିବାବେଳେ ଘରଲୋକେ ଦେଖି ତାକୁ କୌଶଳକ୍ରମେ ଜାଲ ପକାଇ ଅଟକାଇ ଦେଇଥିଲେ। ଗ୍ରାମର ସଞ୍ଜୟ ନାୟକ ଏହି ସାପକୁ ଧରି ଏକ ଟୋକେଇରେ ରଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ। ପରେ ବାସୁଦେବପୁର ବନ ବିଭାଗର ବନପାଳ ସୂର୍ଯ୍ୟକାନ୍ତ ପଣ୍ଡା ଓ ବନରକ୍ଷୀ ପୀତବାସ ଶଙ୍ଖୁଆ ଘଟଣା ସ୍ଥଳରେ ପହଞ୍ଚତ୍ ସାପକୁ ହେପାଜତକୁ ନେଇଥିଲେ। ଏହା ଏକ ବିରଳ ଜାତିର ବୋଡା ସାପ ଏବଂ ଏହାକୁ ରସେଲ ଭାଇପର୍‌ କୁହାଯାଏ। ସାପର ଲମ୍ବ ପ୍ରାୟ ୫ ଫୁଟ । ଉଦ୍ଧାର ପରେ ଏହାକୁ ନାୟକାଣିଡିହୀ ଥାନା ନିକଟସ୍ଥ ମଲ୍ଲିକାଦେଈପୁର ଗ୍ରାମ୍ୟ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି।