Categories: ଖେଳ

ବିରାଟଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଲାରା

ମାଞ୍ଚେଷ୍ଟର,୨୮।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପରେ ଏକ ମ୍ୟାଚରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ ପୂରଣ କରିଛନ୍ତି। ୨୦ ହଜାର ରନ ସଂଗ୍ରହ କରିବାକୁ କୋହଲି ୪୧୭ ଇନିଂସର ସହାୟତା ନେଇଥିଲେ। ଏହିକ୍ରମରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ଏହି ବିଶ୍ୱରେକର୍ଡ ପରେ ଲାରା ତାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟରରେ ହିନ୍ଦୀ ଭାଷାରେ କୋହଲିଙ୍କୁ ଏହି କ୍ଲବକୁ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ଉଭୟ ସଚିନ ଓ ଲାରା ୨୦ ହଜାର ଅନ୍ତର୍ଜାତୀୟ ରନ ସଂଗ୍ରହ ପାଇଁ ୪୫୩ ଇନିଂସ ଖେଳିଥିଲେ। କୋହଲି ଏପର୍ଯ୍ୟନ୍ତ ୧୩୧ ଟେଷ୍ଟ, ୨୨୪ ଦିନିକିଆ ଓ ୬୨ ଟି୨୦ ମ୍ୟାଚକୁ ମିଶାଇ ମୋଟ ୪୧୭ଟି ଇନିଂସ ଖେଳିଛନ୍ତି।

Share