Categories: ଖେଳ

ବିରାଟଙ୍କ ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ

ସୋସିଆଲ ମିଡିଆରେ ଆଜିକାଲି ନୂଆ ନୂଆ ଚ୍ୟାଲେଞ୍ଜ ସବୁ ବାହାରିଲାଣି। ଗତ କିଛିଦିନ ହେବ ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ୍‌ ବହୁଳ ମାତ୍ରାରେ ଚାଲିଛି। ଏକ ନିଆରା ଢଙ୍ଗରେ ବୋତଲ ଠିପି ଖୋଲି ତାହାର ଏକ ଭିଡିଓ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି। ଏହି ଚ୍ୟାଲେଞ୍ଜରେ ଭାଗ ନେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ସେ ନିଜ ବ୍ୟାଟ୍‌ରେ ପାଣି ବୋତଲ ଠିପି ଖୋଲୁଥିବାର ଏକ ୧୫ ସେକେଣ୍ଡ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍‌ କରିଛନ୍ତି। ପଡିଆରେ କୋହଲିଙ୍କୁ ରିଭର୍ସ ସର୍ଟ ଖେଳୁଥିବାର ଦର୍ଶକ ଦେଖିଥିବେ। କିନ୍ତୁ ଏହି ଭିଡିଓରେ ସେ ରିଭର୍ସ ସର୍ଟ ଖେଳି ବୋତଲ ଠିପି ଖୋଲି ପାଣି ପିଉଥିବାର ଦେଖାଯାଇଛି। ଭିଡିଓର ପ୍ରଚ୍ଚଦପଟ୍ଟରେ ରବି ଶାସ୍ତ୍ରୀ କୌଣସି ଏକ ମ୍ୟାଚରେ କମେଣ୍ଟ୍ରି କରୁଥିବାର ଏକ କ୍ଲିପ୍ସ ରହିଛି।

Share