Categories: ଖେଳ

ବିରାଟ-ଅନୁଷ୍କାଙ୍କ ଘରକୁ ଆସିଲେ ନୂଆ ଅତିଥି

ଆଣ୍ଟିଗୁଆ, ୨୫।୮: ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳୁଛି। ଅଧିନାୟକ ବିରାଟ କୋହଲିଙ୍କୁ ଚିୟର୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ମଧ୍ୟ ତାଙ୍କ ସହ ଅଛନ୍ତି। ତେବେ ପ୍ରତିଦିନ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାର ଦେଖାଯାଉଛି। ନିକଟରେ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଏକ କୁନି ବିଲେଇ କ୍ଷୀର ପିଉଥିବାର ଫଟୋ ଶେୟାର କରିଛନ୍ତି। ଆଜିର ରାତ୍ରୀ ଭୋଜନର ଅତିଥି ବୋଲି ସେ ଲେଖିଛନ୍ତି। ସୂଚନାଯୋଗ୍ୟ, ବିରାଟଙ୍କୁ ସମୟ ଦେବାପାଇଁ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ଶେଷଥର ପାଇଁ ତାଙ୍କୁ ଶାହାରୁଖ ଖାନଙ୍କ ସହ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା।

Share