ଯଦି କୌଣସି କ୍ରିକେଟର ଦେଶକୁ ପ୍ରତିନିଧିତ୍ୱ କରନ୍ତି ତେବେ ରାତାରାତି ସେ ଷ୍ଟାର ପାଲଟିଯାନ୍ତି। ସରକାରୀ ଚାକିରି ସହ ମୋଟା ଅଙ୍କରେ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ। ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଅଧିନାୟକଙ୍କ ପାରିଶ୍ରମିକ ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଥାଏ। ତେବେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଥିବା ଅଧିନାୟକଙ୍କ ପାରିଶ୍ରମିକ ବିଷୟରେ ଜାଣନ୍ତୁ।
ତିମୁଥ କରୁଣାରତ୍ନେ ଏବଂ ଲାସିଥ ମାଲିଙ୍ଗା(ଶ୍ରୀଲଙ୍କା)
ଅନ୍ୟ କ୍ରିକେଟ ବୋର୍ଡ ତୁଳନାରେ ଶ୍ରୀଲଙ୍କା କ୍ରିକେଟରଙ୍କୁ ଅପେକ୍ଷାକୃତ କମ୍ ପାରିଶ୍ରମିକ ମିଳିଥାଏ। ଏକଦିବସୀୟ ଏବଂ ଟେଷ୍ଟରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ତିମୁଥ କରୁଣାରତ୍ନେ ୭୧ ଲକ୍ଷ ୩୨ ଟଙ୍କା ବାର୍ଷିକ ପାରିଶ୍ରମିକ ନିଅନ୍ତି। ସେହିପରି ଟି୨୦ରେ ଅଧିନାୟକ ଥିବା ଲାସିଥ ମାଲିଙ୍ଗାଙ୍କୁ ପାରିଶ୍ରମିକ ୫୦ ଲକ୍ଷ ଟଙ୍କା ବାର୍ଷିକ ମିଳିଥାଏ।
ଆରୋନ ଫିଞ୍ଚ ଏବଂ ଟିମ୍ ପେନ୍(ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆ ପାଇଁ ଏକଦିବସୀୟ ଏବଂ ଟି୨୦ରେ ପ୍ରତିନିଧିତ୍ୱ କରୁଥିବା ଆରୋନ ଫିଞ୍ଚ ବାର୍ଷିକ ୪ କୋଟି ୮୭ ଲକ୍ଷ ଟଙ୍କା ନିଅନ୍ତି। ଟେଷ୍ଟ ଅଧିନାୟକ ଟିମ୍ ପେନ୍ ମଧ୍ୟ ୪ କୋଟି ୮୭ ଲକ୍ଷ ଟଙ୍କା ପାରିଶ୍ରମିକ ନିଅନ୍ତି।
ଫାଫ୍ ଡୁପ୍ଲେସିସ୍ ଏବଂ କ୍ୱିଣ୍ଟନ ଡି କକ୍(ଦକ୍ଷିଣ ଆଫ୍ରିକା)
ଦକ୍ଷିଣ ଆଫ୍ରିକାର ଏକଦିବସୀୟ ଏବଂ ଟି୨୦ ଟିମ୍ର ପ୍ରତିନିଧିତ୍ୱ କରୁଥିବା କ୍ୱିଣ୍ଟନ ଡି କକ୍ ବାର୍ଷିକ ୩.୨ କୋଟି ଟଙ୍କା ପାରିଶ୍ରମିକ ପାଆନ୍ତି। ସେହିପରି ଟେଷ୍ଟ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ୨.୫ କୋଟି ଟଙ୍କା ନିଅନ୍ତି।
ବାବର ଆଜମ ଏବଂ ଆଜହର ଅଲ୍ଲୀ(ପାକିସ୍ତାନ)
ପାକିସ୍ତାନ କ୍ରିକେଟ ବୋର୍ଡ ଏକଦିବସୀୟ ଏବଂ ଟି୨୦ ଟିମ୍ର ପ୍ରତିନିଧିତ୍ୱ କରୁଥିବା ବାବର ଆଜମଙ୍କୁ ବାର୍ଷିକ ୧.୪୪ କୋଟି ଟଙ୍କା ଦେଇଥାଏ। ସେହିପରି ଟେଷ୍ଟ ଅଧିନାୟକ ଆଜହର ଅଲ୍ଲୀଙ୍କୁ ୯୬ ଲକ୍ଷ ଟଙ୍କା ମିଳିଥାଏ।
କେନ୍ ଓ୍ବିଲିମସନ୍(ନ୍ୟୁଜିଲାଣ୍ଡ)
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିମସନଙ୍କୁ ବାର୍ଷିକ ୩.୧୭ କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ।
ବିରାଟ କୋହଲି(ଭାରତ)
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଟଙ୍କା ପାରିଶ୍ରମିକ ଦେଇଥାଏ।
ଇୟନ୍ ମୋର୍ଗାନ ଏବଂ ଜୋ ରୁଟ୍(ଇଲଂଣ୍ଡ)
ଇଂଲଣ୍ଡ ପାଇଁ ଏକଦିବସୀୟ ଏବଂ ଟି-୨୦ରେ ଅଧିନାୟକ ଥିବା ଇୟନ ମୋର୍ଗାନଙ୍କୁ ବାର୍ଷିକ ୨.୫୬ କୋଟି ଟଙ୍କା ମିଳେ। କିନ୍ତୁ ଟେଷ୍ଟ ଅଧିନାୟକ ଜୋ ରୁଟ୍ ବାର୍ଷିକ ୮.୧୫ କୋଟି ଟଙ୍କkା ପାରିଶ୍ରମିକ ନିଅନ୍ତି। ଯାହାକି ସବୁ ଦେଶର ଅଧିନାୟକଙ୍କ ପାରିଶ୍ରମିକ ଠାରୁ ଢେର୍ ଅଧିକ।