Categories: ଖେଳ

ବିରାଟ କୋହଲିଙ୍କ ଦରମା ଯେତିକି, ୩୨ ଜଣ ପାକିସ୍ତାନ ଖେଳାଳିଙ୍କ ଦରମା ସେତିକି

ନୂଆଦିଲ୍ଲୀ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ବୃହତ୍‌ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହଁି ପାକିସ୍ତାନ। ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିଙ୍କ ପର୍ଯ୍ୟନ୍ତ ସମେସ୍ତ ଦଳ ଉପରେ କ୍ଷୁବ୍ଧ ଅଛନ୍ତି। ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବର୍ଷକୁ ଯେତିକି ଆୟ କରନ୍ତି ପାକିସ୍ତାନର ୩୨ଜଣ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ମୋଟ ସେତିକି ଆୟ କରନ୍ତି। ଭାରତୀୟ କ୍ରିକେଟ ଖେଳାଳିଙ୍କୁ ଦରମା ବିସିସିଆଇ ଦେଉଥିବାବେଳେ ପାକିସ୍ତାନ ଖେଳାଳିଙ୍କୁ ପିସିବି ଦେଇଥାଏ। ଗ୍ରେଡ୍‌ ହିସାବରେ ଦରମା ଦିଆଯାଏ। ବିରାଟ କୋହଲି ଏ ଗ୍ରେଡରେ ଥିବାରୁ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିଥାଏ। ସେପଟେ ପାକିସ୍ତାନର ଏ, ବି, ସି, ଡି ଏବଂ ଇ ଗ୍ରେଡରେ ଥିବା ୩୨ ଜଣ ଖେଳାଳିଙ୍କ ବାର୍ଷିକ ଦରମା ମିଶି ୭ କୋଟି ୫୩ ଲକ୍ଷ ବୋଲି ଜଣାପଡିଛି।

Share