Categories: ଖେଳ

ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଲାହୋର, ୧୭।୧୨: ପାକିସ୍ତାନ ରନ୍‌ ମେଶିନ୍‌ କୁହାଯାଉଥିବା ବାବର ଆଜମ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ୯ ସ୍ଥାନରେ ପହଞ୍ଚିବା ପରେ ବାବର କହିଛନ୍ତି, କୋହଲିଙ୍କ ଭଳି ଟେଷ୍ଟ ଏବଂ ଏକଦିବସୀୟ ର଼୍ୟାଙ୍କିଙ୍ଗ୍‌ରେ ନଂ ୧ରେ ରହିବାକୁ ଚାହୁଁଛି। ପାକିସ୍ତାନରେ ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି। ଏନେଇ ସେ କହିଛନ୍ତି, କୋହଲି ବହୁତ କିଛି ହାସଲ କରିସାରିଛନ୍ତି। ସେ ମହାନ ଖେଳାଳି। ଏତେ ତାଙ୍କ ମୋତେ ତୁଳନା କରିବା ଉଚିତ୍‌ ନୁହେଁ। କିନ୍ତୁ ମୁଁ ବିରାଟଙ୍କ ଭଳି ହେବାକୁ ଚାହୁଁଛି। ଏଥିପାଇଁ ମୋତେ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ବାବର କହିଛନ୍ତି। ଏହାସହ ଟେଷ୍ଟରେ ତ୍ରିଶତକ କରିବା ପାଇଁ ମଧ୍ୟ ସ୍ବପ୍ନ ଦେଖିଛନ୍ତି ବାବର।

Share