Categories: ଖେଳ

ବିରାଟ କୋହଲିଙ୍କ ଶରୀରରେ ଏହିସବୁ ନାଁରେ ରହିଛି ଟାଟୁ

ଆଜିକାଲି ଶରୀରରେ ଟାଟୁ କରିବା ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ସେ ଶରୀରରେ ଅନେକ ଟାଟୁ କରିଛନ୍ତି। ପ୍ରଥମେ ସେ ଭଗବାନ ଶିବଙ୍କ ଟାଟୁ କରିଥିଲେ। ପରେ ସେ ଏକ ମଠର ଟାଟୁ ନିଜ ଶରୀରରେ କରିଥିଲେ। କୁହାଯାଏ, ମଠ ଟାଟୁ ବ୍ୟକ୍ତିକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ। ୨୦୦୮ରେ କୋହଲି ୧୭୫ତମ ଭାରତୀୟ ଖେଳାଳି ଭାବେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିପରେ ୨୦୧୧ରେ ଭାରତର ୨୬୯ତମ କ୍ରିକେଟ ଖେଳାଳି ଭାବେ ସେ ଟେଷ୍ଟରେ ପଦାର୍ପଣ କରିଥିଲେ। ତେଣୁ ୧୭୫ ଏବଂ ୨୬୯ ସଂଖ୍ୟା ଦୁଇଟି ତାଙ୍କ ପାଇଁ ଲକି ହୋଇଥିବାରୁ ସେ ଏହାର ଟାଟୁ କରିଛନ୍ତି। କୋହଲିଙ୍କ ବୃଶ ରାଶି ହୋଇଥିବାରୁ ସେ ଏହାର ଟାଟୁ ମଧ୍ୟ କରିଛନ୍ତି।

Share