Categories: ଖେଳ

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିବାର ମଧ୍ୟ ଦେଖାଯାଏ। ନିଜକୁ ଷ୍ଟାଇଲିସ୍‌ ରଖିବାକୁ ପାଇଁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ ବ୍ୟବହାର କରନ୍ତି। ବିଭିନ୍ନ ବ୍ରାଣ୍ଡ୍‌ର ଡ୍ରେସ୍‌ ସହ ସହ ଘଣ୍ଟା ପିନ୍ଧିବାକୁ ମଧ୍ୟ ଭଲ ପାଆନ୍ତି। ଏଥିପାଇଁ ବିଶ୍ୱର ବିଭିନ୍ନ ନାମୀ ବ୍ରାଣ୍ଡ୍‌ର ଘଣ୍ଟା ସେ କଲେକ୍ସନ କରିଥାନ୍ତି। ତାଙ୍କର ସବୁଠୁ ପସନ୍ଦର ବ୍ରାଣ୍ଡ୍‌ ହେଉଛି ରୋଲେକ୍ସ। ଏହି ବ୍ରାଣ୍ଡ୍‌ର ଘଣ୍ଟା ସେ ଅଧିକାଂଶ ସମୟରେ ପିନ୍ଧିଥାନ୍ତି। ଯାହାର ମୂଲ୍ୟ ୭୦ ଲକ୍ଷରୁ ଊର୍ଦ୍ଧ୍ୱ। ଏହି ଘଣ୍ଟାଟି ସୁନା ଏବଂ ହୀରାରେ ନିର୍ମିତ ହୋଇଛି।

Share