Categories: ଖେଳ

ବିରାଟ କୋହଲି ସମେତ ୨୦ ଖେଳାଳିଙ୍କୁ ଭାଇ କଲେ ଏହି ଯୁବତୀ

ବେଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ପ୍ରଥମଥର ପାଇଁ ଜଣେ ଯୁବତୀଙ୍କୁ ସର୍ପୋଟିଂ ଷ୍ଟାଫ୍‌ ଭାବେ ନିଯୁକ୍ତି ଦେଇଛି। ସେ ହେଉଛନ୍ତି ନବନୀତା ଗୌତମ। ମସାଜ ଥେରାପିଷ୍ଟ ଭାବେ ସେ କାର୍ଯ୍ୟ କରିବେ। ମୁଖ୍ୟ ଫିଜିଓଥେରାପିଷ୍ଟ ଇଭାନ ସ୍ପିଚଲୀ ଏବଂ ଫିଟନେସ୍‌ କୋଚ ଶଙ୍କର ବାସୁଙ୍କ ସହ କାମ କରିବେ ନବନୀତା। ଏ ସମ୍ପର୍କରେ ସେ କହିଛନ୍ତି,ଏବେ ମୋତେ ୨୦ ଜଣ ଭାଇଙ୍କ ଭିତରେ ରହିବାକୁ ପଡ଼ିବ। ଯଦି ଖେଳାଳି ଏବଂ ଷ୍ଟାଫ୍‌ ମୋ କାମ ଉପରେ ଭରସା ରଖିବେ ତେବେ କୌଣସି ଅସୁବିଧା ହେବ ନାହିଁ। ଆରସିବି ଭଳି ଅନ୍ୟ ଆଇପିଏଲ ଟିମ୍‌ ମଧ୍ୟ ସହାୟକ ପଦବୀରେ ମହିଳାଙ୍କୁ ନିଯୁକ୍ତି ଦେବେ ବୋଲି ଆଶା କରୁଛି। ଏହା ପୂର୍ବରୁ ନବନୀତା ଗ୍ଲୋବାଲ ଟି-୨୦ ଲିଗ୍‌ରେ କାମ କରିସାରିଛନ୍ତି। ସୂଚନାଯୋଗ୍ୟ ବିରାଟ କୋହଲି ଆରସିବିର ଅଧିନାୟକ ରହିଛନ୍ତି।

Share