Categories: ଜାତୀୟ

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ୧୨ ଜଣ ଆହତ ହୋଇଥିବା କୁହାଯାଉଛି। ଲୋକେ ପରସ୍ପରକୁ ଠେଙ୍ଗା, ପଥର ଓ ଚେୟାରରେ ପିଟି ଥିବା ପୋଲିସ ସୂଚନା ଦେଇଛି। ଆହତଙ୍କ ତଣୁକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

Share