ବିରୋଧୀଙ୍କ ହଟ୍ଟଗୋଳ ପରେ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ: ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନ ଗୁରୁବାର ପୁଣି ଥରେ ବିଧାନସଭାରେ ବିରେଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ଯାଜପୁର ଜିଲା ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ତଦନ୍ତ ଦାବି, ଯାଜପୁର ଏସ୍‌ପିଙ୍କ ବହିଷ୍କାର, ବେଆଇନ୍‌ ଘରର ପୃଷ୍ଠପୋଷକ କିଏ ଏବଂ ଉକ୍ତ ଘରୁ ସିସିଟିଭି କୁଆଡେ ଗଲା ସେ ନେଇ ବିଧାୟକମାନେ ପ୍ରଶ୍ନ କରିଥିଲେ। ତେବେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ହେବା ଯୋଗୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଛି। ମୃତଦେହ ବୃ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ଆସିଛି। ରୂପେଶ ଭଦ୍ର ନାଁରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଗିରଫ କରାଯାଇଛି। ଦଫା ୩୦୬ରେ ତାଙ୍କୁ ଗିରଫ କରାଯାଇଛି। ସେ ଏବେ ଜେଲରେ ଥିବା ବେଳେ ତଦନ୍ତ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Share