Categories: ଜାତୀୟ

ବିରୋଧୀ ଦଳ ନେତା ହେଲେ ଫଡ଼ନବିସ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଶାସନ ଭାର ହାତକୁ ନେଇଛି। ଏଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିସ ରବିବାର ବିରୋଧୀଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଫଡନବିସ ବିରୋଧୀ ଆସନରେ ବସିବା ସହ ଏହି ମେଣ୍ଟ ସରକାରକୁ ଠିକ୍‌ ସମୟରେ ଉଚିତ୍‌ ଜବାବ ଦେବେ ବୋଲି ପୂର୍ବରୁ କହିଥିଲେ। ଏବେ ସେ ଏହା ଉପରେ ଗୁରୁତ୍ୱ ଦେବେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଫଡନବିସ ଶିବସେନା ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ବେଳେ ଶେଷରେ କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ତଥା ୫୦-୫୦ ଫର୍ମୁଲାକୁ ନେଇ ୨ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପରେ ଏହି ମେଣ୍ଟ ଭାଙ୍ଗିଯିବା ସହ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିଛି।

Share