Categories: ଜାତୀୟ

ବିରୋଧ ପ୍ରଦର୍ଶନର ଆବଶ୍ୟକତା ନାହିଁ, ଆମ ସରକାର ମାତ୍ର ୨ ମାସର: ଅଜିତ

ମୁମ୍ବାଇ,୨୫।୨: ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ଏବେ ବିଭିନ୍ନ ବିଷୟକୁ ନେଇ କାମ କରିବା ଆରମ୍ଭ କରିଛି। ତେଣୁ ଏହି ସରକାରକୁ ବିରୋଧ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ ବୋଲି ମଙ୍ଗଳବାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି। ସବୁ ଦଳର ବିରୋଧ କରିବାର ଅଧିକାର ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିପାରେ। ହେଲେ ଆମ ସରକାରକୁ ମାତ୍ର ୨ ମାସ ପୂରଣ ହୋଇଛି। ତେଣୁ ଏବେ ବିରୋଧ ପରିବର୍ତ୍ତେ ଆମେ ଏମିତି କାମ କରିବାକୁ ଚାହୁଁଛୁ ଯାହାକୁ ନେଇ ଭବିଷ୍ୟତରେ ବିରୋଧୀ ସ୍ବର ଉତ୍ତୋଳନ କରିପାରିବେ ନାହିଁ। ଏବେ ବିରୋଧୀ ଧର୍ଯ୍ୟ ଧରନ୍ତୁ ଓ ଆମକୁ କାମ କରିବାକୁ ସମୟ ଦିଅନ୍ତୁ ବୋଲି ଅଜିତ କହିଛନ୍ତି। ଏବେ କୃଷକ ଓ ମହିଳାମାନଙ୍କ ପାଇଁ କାମ ଆରମ୍ଭ କରାଯାଇଛି। ଖୁବ୍‌ଶୀଘ୍ର ରାଜ୍ୟ ବଜେଟ ମଧ୍ୟ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

Share