ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଦୁଇଟି ଭାଲୁ, ଜଣେ ଗୁରୁତର

ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ଜିଲା ରାଣୀପଡ଼ା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ ଗୁରୁବାର ସକାଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଜଗବନ୍ଧୁ ବିଲକୁ ଧାନ କାଟିବାଲାଗି ସକାଳେ ଯାଇଥିଲେ। ହଠାତ୍‌ ସମ୍ମୁଖରୁ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ନିଜ ଜୀବନକୁ ରକ୍ଷା କରିବାକୁ ଯାଇ ଭାଲୁଙ୍କ ସହ ଲଢ଼ିବା ସହ ପାଖ ବିଲରେ ଥିବା ଲୋକମାନଙ୍କୁ ପାଟି କରି ଡାକିଥିଲେ। ଲୋକମାନେ ଭାଲୁଙ୍କୁ ଘଉଡ଼ାଇ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିଳେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।