ବିଲୁପ୍ତମୁଖୀ ବଜ୍ରକାପ୍ତା

ବିମଳ ପ୍ରସନ୍ନ ଦାସ

ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ସାରା ଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଅଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମର ପ୍ରତିବଦ୍ଧତା ଏକାନ୍ତ ଅପରିହାର୍ଯ୍ୟ। ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସ ସ୍ଥଳର ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ଏକ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ଏ କ୍ଷୁଦ୍ର ପ୍ରବନ୍ଧର ଆଭିମୁଖ୍ୟ। ବଜ୍ରକାପ୍ତା ପରି ବାଘ, ସିଂହ, ହାତୀ, ବିଶେଷତଃ ଚିତାବାଘର ସୁରକ୍ଷା ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୮ ବର୍ଷ ପ୍ରଧାନମନ୍ତ୍ରିତ୍ୱ ସମୟରେ ଆଫ୍ରିକାରୁ ୮ଟି ବାଘ ଉଡ଼ାଜାହାଜରେ ଭାରତକୁ ଅଣାଯିବା ବନ୍ୟପ୍ରାଣୀ ସଂରକ୍ଷଣ ଓ ସମୃଦ୍ଧି ଦିଗରେ ଏକ ଅବିସ୍ମରଣୀୟ ତଥା ଐତିହାସିକ ଘଟଣା। ମାତ୍ର ଦୁଃଖଦ ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତା ନିମନ୍ତେ ଏପରି କୌଣସି ପଦକ୍ଷେପ ଏ ଯାବତ୍‌ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁସେଓ)ର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ ମଧ୍ୟରେ ୧୮ ଜିଲାରେ ୪୫ଟି ଚଢ଼ାଉ ଘଟଣାରେ ୪୬ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସେଥିମଧ୍ୟରୁ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରୁ ସର୍ବାଧିକ ୫ ଲେଖଁାଏ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସେହିପରି କୋରାପୁଟ ଓ କନ୍ଧମାଳରୁ ୪ଟି ଲେଖାଁଏ, ବରଗଡ଼, କଟକ ଓ ବୌଦ୍ଧରୁ ୩ଟି ଲେଖାଁଏ ଏବଂ ମାଲ୍‌କାନଗିରି, ରାୟଗଡ଼ା, ଖୋର୍ଦ୍ଧା ଓ ସୋନପୁରରୁ ୨ଟି ଲେଖାଁଏ, ସୁନ୍ଦରଗଡ଼, ବାଲେଶ୍ୱର, ବରଗଡ଼, ଢେଙ୍କାନାଳ, ଅନୁଗୋଳ, ଗଜପତି, ଦେବଗଡ଼, ନୂଆପଡ଼ା ଜିଲାରୁ ଗୋଟିଏ କରି ବଜ୍ରକାପ୍ତା ଉଦ୍ଧାର ହୋଇଛି। ଅର୍ଥାତ୍‌ ୨୦୧୮ ଅଗଷ୍ଟରୁ ୨୦୨୨ ଅଗଷ୍ଟ ମଧ୍ୟରେ ମୋଟ ୩୬ଟି ଚଢ଼ାଉ ଘଟଣାରେ ମୋଟ ୨୭ଟି ବଜ୍ରକାପ୍ତାଙ୍କୁ ଉଦ୍ଧାର କରାଯାଇଛି।
କିନ୍ତୁ ୨୦୨୧ ନଭେମ୍ବରରୁ ୨୦୨୨ ଜୁନ ପର୍ଯ୍ୟନ୍ତ ମାତ୍ର ୮ ମାସ ମଧ୍ୟରେ ୧୮ଟି ଚଢ଼ାଉ ଘଟଣାରେ ୧୯ଟି ବଜ୍ରକାପ୍ତା ଉଦ୍ଧାର ହୋଇଛନ୍ତି। ସେହିପରି ୨୦୧୬ ସେପ୍ଟେମ୍ବରରୁ ୨୦୨୧ ଅକ୍ଟୋବର ମଧ୍ୟରେ ୨୦ଟି ଘଟଣାରେ ମୋଟ ୫୪ କେଜି ବଜ୍ରକାପ୍ତା କାତି ଜବତ ହୋଇଥିବାବେଳେ, କେବଳ ଗତ ୮ ମାସ ଭିତରେ ପ୍ରାୟ ୨୮ କେଜିରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ଏହି ତଥ୍ୟ ସ୍ପଷ୍ଟ କରେ ଯେ, ଆମ ରାଜ୍ୟରେ ବଜ୍ରକାପ୍ତା ଶିକାର ଜୋରଦାର ଚାଲିଛି। ଗତବର୍ଷ ବ୍ରହ୍ମପୁର ଡିଭିଜନ ଦିଗପହଣ୍ଡି ଅନ୍ତର୍ଗତ ‘ନକାମୁଡିଆ’ଠାରେ ସର୍ବାଧିକ ୬.୯ କେଜି ବଜ୍ରକାପ୍ତା କାତି ଜବତ ହୋଇଥିଲା। ତେବେ ବିଗତ ୭ ବର୍ଷ ମଧ୍ୟରେ ଗୋଟିଏ ଘଟଣାରେ ସବୁଠାରୁ ଅଧିକ କାତି ଜବତ କରି ରେକର୍ଡ ବଜାୟ ରଖିଛି। ଢେଙ୍କାନାଳ ବନଖଣ୍ଡର କପିଳାସରେ ୨୪ ଜୁଲାଇ, ୨୦୨୧ରେ ଏଠାରୁ ଏକାଥରକେ ସବୁଠାରୁ ଅଧିକ ୧୪.୨କେଜି ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ସେହିପରି ୨୦୨୧ ନଭେମ୍ବର କରଞ୍ଜିିଆ ବାଇପାସ୍‌ରେ ସ୍ଥାନୀୟ ପୋଲିସ ଓ କରଞ୍ଜିଆ ରେଞ୍ଜ କର୍ମଚାରୀ ଚଢ଼ାଉ କରି ୧୫ କେଜି କାତି ଜବତ କରିଥିଲେ। ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫଦାରି କ୍ଷେତ୍ରରେ ଏହା ହେଉଛି ନୂଆ ରେକର୍ଡ।
ବଜ୍ରକାପ୍ତାର ଶିକାର ଏତେ ବ୍ୟାପକ ଭାବରେ ହେବାର କାରଣ କ’ଣ? ବିଶେଷଜ୍ଞମାନଙ୍କ ମତରେ ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଓଡ଼ିଶା ପ୍ରାଥମିକ କେନ୍ଦ୍ର ପାଲଟିଛି। ରାଜ୍ୟରେ ଏହାର ମାର୍କେଟ ନଥିଲେ ମଧ୍ୟ ବଜ୍ରକାପ୍ତା ଓ ତା’ର କାତିକୁ ସଂଗ୍ରହ କରାଯାଇ ବେଆଇନ ଭାବରେ ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ସୀମାଦେଇ ବିଦେଶ ଯାଇଥାଏ। ବିଶେଷତଃ ଅଧିକାଂଶ ଚୋରାଚାଲାଣ ବାଂଲାଦେଶ ଓ ମ୍ୟାନ୍‌ମାର ଦେଇ ଚାଇନା, ଭିଏତ୍‌ନାମ, ତାଇୱାନ ପରି ଦେଶକୁ ଯାଇଥାଏ। ସେହିପରି ବଜ୍ରକାପ୍ତା କାତିର ସିଂହଭାଗ ଏସବୁ ଦେଶକୁ ଯାଏ। ବଜ୍ରକାପ୍ତାର ମାଂସ ଓ କାତିରୁ ମଧ୍ୟ ଔଷଧ ତିଆରି ହୁଏ। ବଜ୍ରକାପ୍ତା କାତିରୁ ଜୋତା, ବେଲ୍‌ଟ ଓ ଭ୍ୟାନିଟି ବ୍ୟାଗ୍‌ ପ୍ରସ୍ତୁତ କରାଯାଇ ବହୁ ଚଢ଼ାଦରରେ ବିକ୍ରି ହୁଏ। ହାତଘଣ୍ଟା, ବ୍ୟାଣ୍ଡ ସେହିପରି ବହୁ ଉଚ୍ଚଦରରେ ବିକ୍ରିହୁଏ। ଏ ସକଳ ସାମଗ୍ରୀର ବଜାର ଯୁକ୍ତରାଷ୍ଟ୍ର ଆମେରିକା ବୋଲି ୱାଲର୍‌ଡ ୱାଇଲ୍ଡଲାଇଫ୍‌ ଫଣ୍ଡ ତଥ୍ୟରୁ ସ୍ପଷ୍ଟ। ବଜ୍ରକାପ୍ତା କାତିରୁ ଜ୍ୟାକେଟ ତିଆରି ହୋଇ ବହୁ ଉଚ୍ଚ ଦରରେ ବିକ୍ରି ହେବାର ନଜିର ରହିଛି। ଅନୁରୂପ ଭାବରେ ବଜ୍ରକାପ୍ତା କାତିରେ ନିର୍ମିତ ମୁଦି ହାତରେ ପିନ୍ଧିଲେ ରୋଗ ଉପଶମ ହୁଏ ବୋଲି ଭାରତ ସମେତ ଅନ୍ୟ ଦେଶରେ ବିଶ୍ୱାସ ରହିଛି। ଏବେ ଭାରତରେ ଏହିସବୁ ସାମଗ୍ରୀର ଆମଦାନୀ ଓ କାରବାର ଉପରେ ନିଷିଦ୍ଧ ଘୋଷଣା କରାଯାଇଛି।
ଦୁଃଖର ବିଷୟ ଯେ, ଏ ସମ୍ପର୍କରେ ତଦନ୍ତ ଓ ମାମଲା ପରିଚାଳନା ଅତ୍ୟନ୍ତ ଦୁର୍ବଳ, ଯଦିଓ ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ବଜ୍ରକାପ୍ତା ସଂରକ୍ଷଣ ଏକ ପ୍ରାଥମିକ ଦାୟିତ୍ୱ ଓ କର୍ତ୍ତବ୍ୟ। ଏ ପର୍ଯ୍ୟନ୍ତ ଜଣେ ହେଲେ ଶିକାରୀ, ଚାଲାଣକାରୀ ଓ ବେପାରୀଙ୍କୁ ଦଣ୍ଡବିଧାନ ହୋଇପାରିଲା ନାହିଁ। ଆଗରୁ କେବଳ ବନବିଭାଗ ବନ୍ୟପ୍ରାଣୀ ମାମଲା ରୁଜୁ କରି କୋର୍ଟକୁ ପଠାଉଥିବାବେଳେ ଏବେ ଏସ୍‌ଟିଏଫ୍‌ଓ କ୍ରାଇମବ୍ରାଞ୍ଚ ଗଠନ ହେବାପରେ କେବଳ ବଜ୍ରକାପ୍ତା ବା କାତି ଧରି ବନବିଭାଗକୁ ଦେଇ ଦାୟିତ୍ୱ ସାରି ଦେଉଛନ୍ତି। ଏମାନେ ନିଜେ ମାମଲା ରୁଜୁ କରୁନାହାନ୍ତି। ବନବିଭାଗ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରି ପାରୁନାହିଁ।
ସାରା ପୃଥିବୀରେ ଶିକାର ଓ ଚୋରାଚାଲାଣ ହେଉଥିବା ସବୁଠାରୁ ନିରୀହ ବନ୍ୟପ୍ରାଣୀ ହେଉଛି ବଜ୍ରକାପ୍ତା। ଏହି ପ୍ରାଣୀ ଆଜି ବିଲୁପ୍ତପ୍ରାୟ ହେବାକୁ ବସିଲାଣି। ବଜ୍ରକାପ୍ତା ଆମ ‘ଇକୋସିଷ୍ଟମ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନହେଲେ ଏହି ବିରଳ ବନ୍ୟପ୍ରାଣୀ ଅଚିରେ ହୁଏତ ଲୋପ ପାଇବ ଓ ଆମ ପରପିଢ଼ି ପିଲାମାନେ କେବଳ ତାର ଛବି ଦେଖି ଜାଣିବେ ଯେ, ଏପରି ଏକ ବିରଳ ବନ୍ୟପ୍ରାଣୀ ଥିଲା। ସରକାର ଓ ଜନସାଧାରଣ ଏ ଦିଗରେ ସଚେତନ ହେବା ଆଜିର ଜରୁରୀ ଆହ୍ବାନ। ବଜ୍ରକାପ୍ତା ବଞ୍ଚତ୍ରହୁ- ଏତିକି ଆମ ହୃଦୟକୁ ସ୍ପନ୍ଦିତ କରୁ।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri