ବିଲେଇଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ

ସାଧାରଣତଃ ମଣିଷମାନଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲର ବ୍ୟବସ୍ଥା କରାଯାଇଥାଏ। ହେଲେ ଇରାକର ଜଣେ ଭେଟନାରୀ ମେଡିସିନର ଛାତ୍ର ଅହମ୍ମଦ ତାହେର ମକ୍କି ବିଲେଇଙ୍କ ପାଇଁ ତିଆରି କରିଛନ୍ତି ଏକ ବିଳାସପୂର୍ଣ୍ଣ ହୋଟେଲ। ନିଜ ଘରେ ସେ ଏହି ହୋଟେଲ ତିଆରି କରିଛନ୍ତି। ଏଠାରେ ଥିବା ବିଭିନ୍ନ ପ୍ରଜାତିର ବିଲେଇଙ୍କ ପାଇଁ ରହିଛି ବିଳାସପୂର୍ଣ୍ଣ ସାମଗ୍ରୀ। ନରମ ଶଯ୍ୟା ସାଙ୍ଗକୁ ମନପସନ୍ଦ ଖାଦ୍ୟ ଓ ଚିକିତ୍ସକଙ୍କୁ ନିୟୋଜିତ କରାଯାଇଛି। କେବଳ ସେତିକି ନୁହେଁ ବିଲେଇମାନେ ଖେଳକୁଦ କରିବାକୁ ଏକ ଖେଳ ପଡ଼ିଆ ମଧ୍ୟ ତିଆରି କରାଯାଇଛି। ଏଠାରେ ଲାଗିଥିବା ଗରମ ଘାଷରେ ମଧ୍ୟ ଏହି ବିଲେଇ ଗୁଡିକ ଶୋଇବାର ମଜା ପାଉଛନ୍ତି। ତାହେର କୁହନ୍ତି ଏହାଦ୍ୱାରା ଲୋକଙ୍କର ବିଲେଇମାନଙ୍କ ପ୍ରତି ଭଲପାଇବା ବଢିବ। ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନେ ତାଙ୍କ ପୋଷା ବିଲେଇକୁ ମଧ୍ୟ ଏଠାରେ ଛାଡି ଯାଇପାରିବେ। ଏହି ହୋଟେଲଟି ଖୋଲିବା ପରେ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି।

Share