ବିଲେଇ ଛୁଆକୁ ନେଇ ମାରପିଟ୍‌, ୫ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୨୮ା୬(ଡି.ଏନ.ଏ.)-`ଆଙ୍କୁଶପୁର ସଦର ଥାନା ଦକ୍ଷିଣପୁର ପଞ୍ଚାୟତ କାଳୁଆ ମନ୍ଦିର ସାହିରେ ଗୋଟିଏ ବିଲେଇ ଛୁଆକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଉଭୟଙ୍କ ଅଭିଯୋଗ କ୍ରମେ ନଂ. ୧୬୦/୧୯ ଓ ୧୬୧/୧୯ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଉଭୟ ପକ୍ଷରୁ ୫ ଜଣଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଏସ୍‌ଆଇ ବିନୀତ କୁମାର ଶତପଥୀ କହିଛନ୍ତି। ସେମାନେ ହେଲେ ବବି ଜାନି, ସନିଆ ଜାନି, ରୁଦ୍ର ପ୍ରତାପ ସ୍ବାଇଁ ଓ ଅନ୍ୟ ଜଣେ ମହିଳା ଏବଂ ଯୁବତୀ ବୋଲି ଏସ୍‌ଆଇ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ପଡ଼ୋଶୀଙ୍କର ଗୋଟିଏ ପୋଷା ବିଲେଇ ଛୁଆ ବବିଙ୍କ ଘରେ ପଶି ପ୍ରତିଦିନ ଅପରିଷ୍କାର କରୁଥିଲା। ଏଥିପାଇଁ ଗତ ୨୬ ରାତି ୯ଟାରେ ବବି, ସନିଆ ଓ ରୁଦ୍ର ପ୍ରତାପ ମିଶି ପଡ଼ୋଶୀ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ମାରପିଟ ହୋଇଥିଲା।

Share