ବିଲେଇ ପ୍ରତି ନିବେଦିତାଙ୍କ ଭଲପାଇବା: ନିଖୋଜ ହୋଇଯିବାରୁ ଗ୍ରହଣ କଲେନି ଖାଦ୍ୟ

ନୟାଗଡ଼ ଅଫିସ,୨୧|୬- ପୋଷା ବିଲେଇ ନିଖୋଜ ହୋଇଯିବାରୁ ଜଣେ ମହିଳା ୭ଦିନ ଧରି ଖାଇ ନ ଥିଲେ। ପରେ ଜଣେ କାମବାଲୀ ଉକ୍ତ ବିଲେଇର ସନ୍ଧାନ ଦେଇଥିଲେ। ଏହା ବଦଳରେ ମହିଳା ଜଣକ ତାଙ୍କୁ ପୁରସ୍କାର ସ୍ବରୂପ ୫୦୦ ଟଙ୍କା ଓ ଶାଢ଼ି ଦେଇଥିଲେ। ଏହି ମହିଳା ହେଉଛନ୍ତି ନୟାଗଡ଼ ପୌର ପରିଷଦର ଦେବୋତ୍ତର କଲୋନୀରେ ରହୁଥିବା ନିବେଦିତା ରାୟଗୁରୁ।
ରାଜସୁନାଖଳାର ବାସିନ୍ଦା ନିବେଦିତା ଜଣେ ଶିକ୍ଷୟିତ୍ରୀ। ପରିବାର ସହିତ ସେ ନୟାଗଡ଼ ଦେବୋତ୍ତର କଲୋନୀରେ ରୁହନ୍ତି। ୨ବର୍ଷ ତଳେ ଶଙ୍କାମାଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ନିବେଦିତା ଉକ୍ତ ବିଲେଇକୁ ଆଣିଥିଲେ। ସେ ତା’ର ନାମ ରଖିଥିଲେ ଶଙ୍ଖି। ଶଙ୍ଖିକୁ ସେ ନିଜ ପୁଅ ପରି ଲାଳନପାଳନ କରୁଥିଲେ। ଯୁଆଡ଼େ ଯାଆନ୍ତି ତା’ ପସନ୍ଦ ଖାଦ୍ୟ ଆଣନ୍ତି। ନିବେଦିତା ଘରକୁ ଫେରିବା ପରେ ବିଲେଇଟି ମଧ୍ୟ ତାଙ୍କ ପାଖକୁ ଆସି ଗେଲ ହୁଏ। ଏପରିସ୍ଥଳେ ୭ଦିନ ତଳେ ବିଲେଇଟି କେଉଁଆଡ଼େ ପଳାଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ପରେ ନିବେଦିତା ମନ ଦୁଃଖରେ ରହିଥିଲେ। ଏପରି କି ୭ଦିନ ଖାଇ ନ ଥିଲେ। ବୁଧବାର ତାଙ୍କ ଘରେ କାମ କରୁଥିବା କାମବାଲୀ ଆସି ବିଲେଇଟି କଲୋନୀର ୩ ନମ୍ବର ଲେନ୍‌ରେ ଜଣେ ବ୍ୟକ୍ତିଙ୍କ ଶିଡ଼ି ତଳେ ରହିଥିବା ଖବର ଦେଇଥିଲେ। ପରେ ନିବେଦିତା ସେଠାକୁ ଯାଇ ଶଙ୍ଖିକୁ ସାଙ୍ଗରେ ଧରି ଆସିଥିଲେ। ୭ଦିନ ଧରି ବାହାରେ ବୁଲୁଥିବାବେଳେ ଅନ୍ୟ ବିରାଡ଼ିଙ୍କ ଆକ୍ରମଣର ଶିକାର ହୋଇଥିଲା ଶଙ୍ଖି। ଏଥିରେ ସେ କ୍ଷତାକ୍ତ ମଧ୍ୟ ହୋଇଥିଲା। ତେଣୁ ଭୟଭୀତ ହୋଇ ସେ ଅନ୍ୟଜଣଙ୍କ ଘରେ ପଶି ଶିଡ଼ି ତଳେ ଛପି ରହିଥିଲା। ଆହତ ଶଙ୍ଖିକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସୁସ୍ଥ ରହିଛି। ନିବେଦିତାଙ୍କ ବିଲେଇ ପ୍ରତି ଏଭଳି ଭଲପାଇବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

ଖଣ୍ଡପଡ଼ା ବାର ଆସୋସିଏଶନ୍‌ ବିର୍ବାଚନ: ସଂଗ୍ରାମ ମିଶ୍ର ସଭାପତି,ବିକ୍ରମ କେଶରୀ ଦେଓ ସଂପାଦଜ

ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍‌ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍‌ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯)...

କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି

ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ...

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ

ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ।...

ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପ୍ରେମିକ

ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ...

ଭଉଣୀ ଆଗରେ ଚାଲିଗଲା ଭଉଣୀର ଜୀବନ

ନୟାଗଡ଼,୧୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା କିମ୍ଭିରିଆ ଗ୍ରାମ ପୋଖରୀ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image