Categories: ଫୁରସତ

ବିଲେଇ ବି ସ୍ବପ୍ନ ଦେଖେ

ଅନ୍ୟ ପାଳିତ ଜୀବଙ୍କ ଅପେକ୍ଷା ବିଲେଇ ମଣିଷର ବେଶି ନିକଟତର ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଟୋକିଓ ୟୁନିର୍ଭସିଟିର ଏକ ଗବେଷଣା ବିଲେଇଙ୍କ ଉପରେ କିଛି ରୋଚକ ତଥ୍ୟ ପ୍ରଦାନ କରିଛି। ଏହି ଗବେଷଣାରେ ଉଲ୍ଲେଖ କରାଯାଇଛି କି ବିଲେଇ ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ସ୍ବର ବାହାର କରିଥାଏ। ଖାଦ୍ୟପେୟ କ୍ଷେତ୍ରରେ ସେ ଅନ୍ୟଜୀବଙ୍କଠାରୁ ଭିନ୍ନ। କାରଣ ବିଲେଇକୁ ପସନ୍ଦ ନ ଆସିବା ଖାଦ୍ୟ ସେ କେବେ ଖାଇ ନ ଥାଏ। ବିଲେଇର ଦୁଧ ଦାନ୍ତ ଖୁବ୍‌ କୋମଳ। ଏହା ବେଶିଦିନ ରହି ନ ଥାଏ। ଛଅ ମାସପରେ ଏହା ପଡିଯାଇ ନୂଆ ଦାନ୍ତ ଉଠିଥାଏ। ଏହା ଅନ୍ୟ ଜନ୍ତୁଙ୍କଠାରୁ ଅଧିକ ସଫାସୁତୁରା।

ଦିନକୁ ବିଲେଇ ପ୍ରାୟ ୧୬ ଘଣ୍ଟା ଶୋଉଥିବା ବେଳେ ବାକି ସମୟ ନିଜକୁ ସଫା କରିବାରେ ବ୍ୟସ୍ତ ରହିଥାଏ। ଶୋଇବା ସମୟରେ ବିଲେଇ ମଣିଷଙ୍କ ଭଳି ସ୍ବପ୍ନ ମଧ୍ୟ ଦେଖିଥାଏ। ଉକ୍ତ ଗବେଷଣାରେ କୁହାଯାଇଛି କି ପାଖାପାଖି ୧୨ ହଜାର ବର୍ଷ ପୂର୍ବେ ବିଲେଇକୁ ମଣିଷ ଗୃହପାଳିତ ଭାବେ ଗ୍ରହଣ କରିଥିଲା। ଏବେ ବିଶ୍ୱରେ ପ୍ରାୟ ୬୦ କୋଟି ବିଲେଇଙ୍କୁ ଗୃହପାଳିତ ଭାବେ ରଖାଯାଇଛି। ଜନ୍ମ ସମୟରେ ବିଲେଇର ଆଖି ନୀଳ ଥିବା ବେଳେ ଏହା ଧିରେ ଧିରେ ପରିବର୍ତ୍ତନ ହୋଇଥାଏ। ବିଲେଇ ମଣିଷର ସ୍ବରରୁ ଚିହ୍ନି ପାରୁଥିବା ବେଳେ ଏହା ମାଲିକର ବିଶ୍ୱସ୍ତ ହୋଇ ନ ଥାଏ।

Share