Categories: ବାଣିଜ୍ୟ

ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୫-୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ସାମଗ୍ରୀ କ୍ରୟରେ ଦୋକାନରୁ ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ସରକାର ଉତ୍ସାହିତ କରିବାକୁ ଏକ ଯୋଜନା ଆଣିଛନ୍ତି। ଏହା ଅନ୍ତର୍ଗତ ଏକ ଲଟେରୀ ବ୍ୟବସ୍ଥା କରାଯାଇଛି। ଏଥିରେ ଲୋକମାନେ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜିତିବାର ସୁଯୋଗ ଲାଭ କରିପାରିବେ। ଜିଏସ୍‌ଟିର ପ୍ରତ୍ୟେକ ବିଲ୍‌ ଉପରେ ଗ୍ରାହକଙ୍କୁ ପୁରସ୍କାର ଜିତିବାର ଅବସର ମିଳିବ। ଉପଭୋକ୍ତା କଲ୍ୟାଣ କୋଷରୁ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ସିବିଆଇସି ପକ୍ଷରୁ ସୂଚନା ରହିଛି।

Share