ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଓଡ଼ିଶାକୁ ଏଥର ମୌସୁମୀ ବିଳମ୍ବରେ ଛୁଇଁପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଉଛି। ସୂଚନା ଅନୁଯାୟୀ, ମୌସୁମୀ ଏବେ ଆଣ୍ଡାମାନକୁ ପ୍ରଭାବିତ କରି ଆଗକୁ ବଢ଼ୁଛି। ପୂର୍ବ ନିର୍ଦ୍ଧାରଣ ଅନୁସାରେ ୬ ସୁଦ୍ଧା କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ମିଳିବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଏଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ଝଡ଼ବର୍ଷା ଚାଲିଥିବା ବେଳେ ଏହା ଆହୁରି କିଛି ଦିନ ଚାଲିବ ବୋଲି ସେ କହିଛନ୍ତି।

Share