Categories: ଜାତୀୟ

ବିଳମ୍ବରେ ଚାଲୁଛି ୨୬ ଟ୍ରେନ୍‌

ନୂଆଦିଲ୍ଲୀ,୫।୧: ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ପାରଦ ମାଇନସ୍‌ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି। ରବିବାର ନର୍ଥ ରେଲଓ୍ବେର ପ୍ରାୟ ୨୬ ଟ୍ରେନ୍‌ କୁହୁଡି ଯୋଗୁ ବିଳମ୍ବରେ ଚାଲୁଥିବା ଖବର ଆସିଛି। ଉତ୍ତର ପ୍ରଦେଶ ଓ ନର୍ଥ ମଧ୍ୟ ପ୍ରଦେଶର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ଥିବା ପ୍ରକାଶ କରିଛି ପାଣିପାଗ ବିଭାଗ। ଆସନ୍ତା ୨ ଦିନ ମଧ୍ୟରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ସ୍ଥାନରେ ଘନ କୁହୁଡି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share