Categories: ଜାତୀୟ

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ। ପ୍ରାକ୍‌ ମୌସୁମୀ ଚାଷ କାମ ସହିତ ଭୂତଳ ଜଳସ୍ତର ତଥା ମୃତ୍ତିକାର ଆଦ୍ରତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଚଳିତ ବର୍ଷ ପ୍ରାକ୍‌ ମୌସୁମୀରେ ବିଳମ୍ବ ଯୋଗୁ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ୯୯ ମିିଲିମିଟର ବର୍ଷା ରେକର୍ଡ ହୋଇଛି। ଏଭଳି ଅବସ୍ଥା ଦ୍ୱିତୀୟ ଥର ପାଇଁ ୬୫ ବର୍ଷ ପରେ ଭାରତରେ ଦେଖାଦେଇଛି। ପୂର୍ବରୁ ଅନୁରୂପ ସ୍ଥିତି ୧୯୫୪ରେ ଦୃଷ୍ଟି ଗୋଚର ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ସେତେବେଳେ ଦେଶରେ ପ୍ରାକ୍‌ ମୌସୁମୀରେ ୯୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୨୦୦୯ରେ ଏହା ୯୯ ମିଲିମିଟର, ୨୦୧୨ରେ ୯୦.୫ ମିଲିମିଟର ରେକର୍ଡ କରାଯାଇଥିଲା। ସମ୍ପ୍ରତି ଏଭଳି ସ୍ଥିତି ଦେଶର ମଧ୍ୟ ମହାରାଷ୍ଟ୍ର, ମରାଠାଓ୍ବାଡା, କୋଙ୍କଣ-ଗୋଆ, ଗୁଜରାଟ, ସୌରାଷ୍ଟ୍ର, କଛ ଆଦି ଅଞ୍ଚଳରେ ଦେଖାଦେଇଛି।

Share