Categories: ଜାତୀୟ

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ ପ୍ୟାକେଟ୍‌ ଯାତ୍ରୀଙ୍କୁ ଦେଇଛନ୍ତି। ଏହା ସହିତ ସମସ୍ତ ଯାତ୍ରୀଙ୍କୁ ୨୫୦ ଟଙ୍କା ଫେରସ୍ତ କରାଇବା ଲାଗି ଆବେଦନ ନିମନ୍ତେ ଆଇଆର୍‌ସିଟିସି ପକ୍ଷରୁ ଲିଙ୍କ୍‌ ପଠାଇ ଦିଆଯାଇଛି। ନିୟମ ଅନୁସାରେ ତେଜସ୍‌ ଏକ୍ସପ୍ରେସ୍‌ ଘଣ୍ଟାଏ ବିଳମ୍ବ ହେଲେ ଯାତ୍ରୀଙ୍କୁ ଶହେ ଟଙ୍କା ଏବଂ ଏହାଠାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି। ଶନିବାର ତେଜସ୍‌ ଏକ୍ସପ୍ରେସ୍‌ ୨ଘଣ୍ଟା ୪୭ ମିନିଟ୍‌ ବିଳମ୍ବ ହୋଇଥିଲା। ଏହା ଭୋର୍‌ ୬ଟା ୧୦ ପରିବର୍ତ୍ତେ ସକାଳ ୮ଟା ୫୭ରେ ପହଞ୍ଚିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ କୃଷକ ଏକ୍ସପ୍ରେସ୍‌ର କିଛି ବଗି ଲାଇନଚ୍ୟୁତ ହେବାରୁ ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଲକ୍ଷ୍ନୌରୁ ଦିଲ୍ଲୀ ପାଇଁ ୫ ଶହ ଯାତ୍ରୀ ଟିକେଟ କରିଥିଲେ। ତେବେ ୪୫୦ ଯାତ୍ରୀ ଯାତ୍ରା କରିଥିଲେ।

Share