ବିଳାସପୂର୍ଣ୍ଣ କାର୍‌ ଛାଡି ଅଟୋରେ ଭାଣିଜୀର ମେହେନ୍ଦୀ ସେରିମନୀକୁ ଗଲେ ରବିନା

ମୁମ୍ବାଇ: ଫିଲ୍ମ ‘କେଜିଏପ୍‌ ଚାପ୍ଟର-୨’ରୁ ବଡ଼ ପରଦାକୁ ଫେରୁଥିବା ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ସେ ନିଜର କିଛି ଫଟୋ ଓ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଭିଡିଓରେ ନିଜର ବିଳାସପୂର୍ଣ୍ଣ କାର୍‌କୁ ଛାଡି ଭାଣିଜୀଙ୍କ ମେହନ୍ଦୀ ସେରିମନୀରେ ରବିନା ଝିଅ ସହ ଅଟୋରେ ଯାଉଥିବା ଦେଖିବାକୁ ମିଳିଛି। ରବିନା ଅଟୋରେ ଥିବାର ୨ଟି ଭିଡିଓକୁ ଶେୟାର କରିଛନ୍ତି। ଗୋଟିଏରେ ଅଟୋ ଚାଳକ ଡ୍ରାଇଭିଂ କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ସେ ଚାଳକଙ୍କ ସହ କଥା ହେଉଥିବା ନଜରକୁ ଆସିଛି। ଭିଡିଓକୁ ଶେୟାର କରିବା ସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି, ଭାଣିଜୀର ମେହେନ୍ଦୀ ସେରିମନୀରେ ଯିବା ପାଇଁ କାର୍‌କୁ ଅପେକ୍ଷା କରିଥିଲେ।

ହେଲେ କାର୍‌ ଆସିବାର ବିଳମ୍ବ ହେବାରୁ ରବିନା ଓ ତାଙ୍କ ଝିଅ ରାଶା ଅଟୋରେ ଯାଇଥିଲେ। ଅଟୋରେ ଏହି ଯାତ୍ରା ତାଙ୍କୁ ବେଶ୍‌ ଆନନ୍ଦିତ କରିଥିଲା ବୋଲି ରବିନା କହିଛନ୍ତି। ତାଙ୍କ କାର୍ଯ୍ୟ କଥା କହିବାକୁ ଗଲେ ଖୁବ୍‌ଶୀଘ୍ର ସେ ପୁଣିଥରେ ବଲିଉଡ୍‌କୁ ଏଣ୍ଟ୍ରି କରୁଛନ୍ତି। ‘କେଜିଏପ୍‌ ଚାପ୍ଟର-୨’ରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିବ। ଏହି ଫିଲ୍ମ କେଜିଏପ୍‌ ଚାପ୍ଟର-୧ର ସିକ୍ୱେଲ ଥିବା ବେଳେ ଏହା କନ୍ନଡ, ତାମିଲ, ତେଲଗୁ, ମଲାୟାଲମ୍‌ ଓ ହିନ୍ଦୀରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Share