Categories: ଫୁରସତ

ବିଳାସପୂର୍ଣ୍ଣ ହୋଟେଲ: ରାତିକ ପାଇଁ ଦେବାକୁ ପଡିବ ୭୦ ହଜାର ଟଙ୍କା

ଫ୍ଲୋରିଡା: ଘରୁ ବାହାରକୁ ଗଲେ ପ୍ରାୟ ସମସ୍ତେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ମନ ବଳାଇ ଥାଆନ୍ତି। ଏବେ କିନ୍ତୁ ଏକ ହୋଟେଲ ନିର୍ମାଣ କାମ ଚାଲିଥିବା ବେଳେ ଆସିଲାଣି ଚର୍ଚ୍ଚାକୁ। ଆମେରିକାର ଫ୍ଲୋରିଡାରେ ଏହି ହୋଟେଲଟି ନିର୍ମାଣ କରାଯାଉଛି। ଗିଟାର ଆକୃତିର ଏହି ହୋଟେଲଟି ଦେଖିବାକୁ ବେଶ୍‌ ସୁନ୍ଦର ହୋଇଛି। ଏପରି ଆକୃତିର ଏହା ବିଶ୍ୱର ପ୍ରଥମ ହୋଟେଲ ବୋଲି କୁହାଯାଉଛି। ଖୁବ୍‌ଶୀଘ୍ର ଏହାକୁ ଖୋଲି ଦିଆଯିବ ବୋଲି ସୂଚନା ରହିଛି। ତେବେ ଏଠାରେ ରାତିକ ପାଇଁ ରହିବାକୁ ହେଲେ ପାଖାପାଖି ୭୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କୁହାଯାଉଛି। ୬୩୮ଟି ବିଳାସପୂର୍ଣ୍ଣ କୋଠରି ଥିବା ଏହି ହୋଟେଲର ନିର୍ମାଣ ପାଇଁ ପ୍ରାୟ ୧୦.୬୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଭିତରେ ୧୯ଟି ରେସ୍ତୋରାଁ ଥିବା ବେଳେ ୧୩ ଏକର ପରିମିତ ସ୍ଥାନରେ ସୁନ୍ଦର ସୁନ୍ଦର ସ୍ବିମିଙ୍ଗ ପୁଲ ରହିଛି। ୩୨ ହଜାର ବର୍ଗ ଫୁଟରେ ସ୍ପା ଓ ମସାଜ୍‌ ସେଲୁନ ରହିଛି। ୪୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ହୋଟେଲରେ ଗୋଟିଏ ବଡ ହଲ୍‌ ବି ରହିଛି। ଯେଉଁଥିରେ ଏକା ସାଙ୍ଗରେ ପ୍ରାୟ ୬ ହଜାର ୫ଶହ ଲୋକ ବସି ପାରିବେ। ୩୨ ତାଲା ବିଶିଷ୍ଟ ଏହି ହୋଟେଲରେ ରାତିଟିଏ କାଟିବାକୁ ଏବେଠାରୁ ଗ୍ରାହକଙ୍କ ଉତ୍ସାହ ଦେଖିବାକୁ ମିଳିଲାଣି।

Share