ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା ଜଣାପଡିଛି । ସେମାନଙ୍କ ସୁବିଧାଜନକ ଆଗମନ ଓ ପ୍ରତ୍ୟାଗମନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍ପି ସନ୍ଦୀପ ମାଡ଼କର ରେଳ ଷ୍ଟେଶନରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। ଆଜି ଆଉ ଦୁଇଟି ଟ୍ରେନ ଆସି ବଲାଙ୍ଗୀରରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଏଥିପାଇଁ ସହରର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୋର ୪ଟାରୁ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି।