ବିଶାଖାପାଟଣା-ସୁବେଦାରଗଞ୍ଜ ସୁବିଧା ସ୍ପେଶାଲ ଭାୟା ଭୁବନେଶ୍ୱର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୨୬ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ବିଶାଖାପାଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ଯାତ୍ରୀ ଗହଳି କମାଇବା ଲାଗି ଏହି ଟ୍ରେନ ଭୁବନେଶ୍ୱର, ଭଦ୍ରକ ଓ ଗୟା ଦେଇ ଚଳାଚଳ କରିବ। ବିଶାଖାପାଟଣା-ସୁବେଦାରଗଞ୍ଜ(୮୨୮୫୧-୮୨୮୫୨) ୧୦ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ବିଶାଖାପାଟଣାରୁ ରାତି ୧୧ଟା ୫୦ରେ ଛାଡ଼ିବ। ସେହିପରି ୨୮ ନଭେମ୍ବରରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ସୁବେଦାରଗଞ୍ଜରୁ ଅପରାହ୍ନ ୩ଟା ୩୦ରେ ଛାଡ଼ିବ। ଏହି ଟ୍ରେନ୍‌ରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି, ୩ ତୃତୀୟ ଶ୍ରେଣୀ ଏସି, ୭ ଶୟନଯାନ, ୩ ଦ୍ୱିତୀୟ ଶ୍ରେଣୀ ଚେୟାର କାର୍‌ ରହିଛି। ବିଜୟନଗରମ୍‌, ଶ୍ରୀକାକୁଲମ ରୋଡ଼, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଭଦ୍ରକ, ବାଲେଶ୍ୱର, ହିଜିଲି, ମିଦନାପୁର, ବଙ୍କୁରା, ଆଦ୍ରା, ଗୋମୋହ, କୋଦର୍ମା, ଗୟା, ସାସାରାମ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କଶନ, ମିର୍ଜାପୁର, ଆଲ୍ଲାହାବାଦରେ ଟ୍ରେନ୍‌ ରହଣି କରିବ।

Share