ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ୯।୬(ବ୍ୟୁରୋ): ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।
ଡା. ସନାତନ ଭାରତୀୟ ନ୍ୟୁରୋ ସର୍ଜନ ସୋସାଇଟିର ସଭାପତି ଭାବେ ୧୯୯୪ ମସିହାରେ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ସେ ଏସ୍‌ସିବି ନ୍ୟୁରୋ ଶଲ୍ୟ ବିଭାଗର ମୁଖ୍ୟ ଏବଂ ପରେ ଅଧୀକ୍ଷକ ଡିଏମ୍‌ଇଟି ଓ ଶେଷରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶାରେ ପ୍ରଥମକରି ସିଟି ମେଶିନ ଦ୍ୱାରା ଚିକିତ୍ସା କରିବା ପଦ୍ଧତି ପ୍ରଚଳନ କରିଥିଲେ। ସେ ସମୟରେ ଏମ୍‌ସ ଦିଲ୍ଲୀ, ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲ ଏବଂ ତୃତୀୟ ହସ୍ପିଟାଲ ଭାବେ ଓଡ଼ିଶାର ଏସ୍‌ସିବିରେ ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ କରାଯାଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି।

Share