Advertisement

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା। ଉକ୍ତ ପୋଖରୀ ଉପରେ ପୁଇଁତୋଳା ଗ୍ରାମର ଚାରି ସାହିବାସୀ ନର୍ଭର କରିଥାନ୍ତି । ଏଠାରେ ସମସ୍ତ ଦଶାହ କାର୍ଯ୍ୟ ସମ୍ପାଦନ ହୋଇଥାଏ। ଏଥିସହ ପୋଖରୀଟି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହେତୁ ବସ୍‌ ଗାଡି ଯାତ୍ରୀ ଡ୍ରାଇଭରମାନେ ଗାଡି ରଖି ଏଠାରେ ସ୍ନାନ କରିଥାନ୍ତି । ଏହି ସଫେଇ କାର୍ଯ୍ୟରେ ସୁଦାମ ଚରଣ ଜେନା, ହରି ବିଶ୍ୱାଳ, କୈଳାଶ ସାହୁ, ଅଜୟ ବାରିକି, ଶିବରାମ ଜେନା,ନାରାୟଣ ତରାଇ, ଭଗବାନ ପ୍ରଧାନ, କାମେଶ୍ୱର ସାହୁ, ପ୍ରକାଶ ରାଉଳ, ସୁଶାନ୍ତ ତରାଇ, ବିକ୍ରମ ମହାରଣା, ନିରଞ୍ଜନ ତରାଇଙ୍କ ସମେତ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share