ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ଯବାନ

ବଡ଼ସାହି,୧୫ା୨(ସ୍ବ.ପ୍ର)- ଡ୍ୟୁଟି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ ଓଡ଼ିିଶା ଅକ୍‌ଜୁଲେରୀ ପ୍ରୋଟେକ୍ସନ ଫୋର୍ସ (ଓଏପିଏଫ୍‌)ର ଜଣେ ଯବାନଙ୍କୁ ମୟୂରଭଞ୍ଜ ଏସପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏସ୍‌ପିଙ୍କ ଚିଠି ନଂ.୧୭/୧୪ା୨ା୨୦୨୦ରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତାଙ୍କ ନାମରେ ବଡ଼ସାହି ଥାନାରେ ଶୁକ୍ରବାର ଏକ ମାମଲା (ନଂ.୨୧/୨୦)ରୁଜୁ ହୋଇଛି। ଯବାନ ଜଣକ ହେଲେ ରରୁଆଁ ଥାନା ଅଧୀନ ଦେଉଳି ଗ୍ରାମର ଗଗନ ବିହାରୀ ନାଏକ ।
ଗତ ୧୧ ଫେବୃଆରୀରେ ବଡ଼ସାହି ବ୍ଲକ ଅଧୀନ ସୁହାଗପୁର-ଚାନ୍ଦଡିହାରେ ଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ମେଳାରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଫୋର୍ସ ମୃତୟନ କରାଯାଇଥିଲା । ସେଠାରେ ଡ୍ୟୁଟି କରୁଥିତ୍ବା ଯବାନ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରି ଗାଳିଗୁଲଜ କରିଥିଲେ। ପରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଥିଲା। ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ଥାନା ଆଇଆଇସି ଜୟନ୍ତ କୁମାର ବେହେରା ସମ୍ପୃକ୍ତ ଯବାନଙ୍କ ବିରୋଧରେ ମାମଲା ରୁଜୁ ପୂର୍ବକ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ା ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri