ବିଶୃଙ୍ଖଳିତ ଆଚରଣ ପାଇଁ ଫାର୍ମାସିଷ୍ଟ ନିଲମ୍ବିତ

ଝାରସୁଗୁଡ଼ା ଅଫିସ,୨୪।୬: ବିଶୃଙ୍ଖଳିତ ଆଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ କିର୍‌ମିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବାଗଡ଼ିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶାନ୍ତନୁ ଜୟପୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଜିଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସାସ୍ଥ୍ୟ ଅଧିକାରୀ ଆଦେଶ ସଂଖ୍ୟା ୫୮୨୭ ( ୨୩/୦୬/୨୦୨୦ ) ରେ ଜୟପୁରିଆଙ୍କୁ ନିଲମ୍ବନ କରିଛନ୍ତି ।