ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଧାରଣା

ବଡ଼ସାହି,୬ା୧୨(ସ୍ବ.ପ୍ର)-ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଜନ ସାଧାରଣ ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ। ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଥିବା ସମ୍ପର୍କରେ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଇଥିବା ମିଥ୍ୟା ଉତ୍ତରକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ୭ଦିନ ମଧ୍ୟରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରା ନ ଗଲେ ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ବ୍ଲକ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଧାନସଭା ଭଳି ପବିତ୍ର ଗୃହରେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ମନ୍ତ୍ରୀ ତାଙ୍କର ଭୁଲ ସ୍ବୀକାର କରନ୍ତୁ ବୋଲି କଂଗ୍ରେସର ଯୁବ ନେତା ଶଶାଙ୍କଶେଖର କର ଦାବି କରିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ମନୋରଞ୍ଜନ ବଳା, ଗୁଣନିଧି ମହାନ୍ତି, ଆନନ୍ଦ ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୩୦ଟି ପଞ୍ଚାୟତରୁ ଶତାଧିକ ଜନସାଧାରଣ ଓ ଯୁବ ଛାତ୍ର ସାମିଲ ଥିଲେ ା ବିରଞ୍ଚିି ନାରାୟଣ ମହାପାତ୍ର, ଖଗେଶ୍ୱର ନାୟକ, ବିହାରୀଲାଲ ବେହେରା, ଛାତ୍ରନେତା ପ୍ରୀତଷ ପଣ୍ଡା, ଲିପୁନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share