ବିଶୋଧକ ସ୍ପ୍ରେ କରିବା କ୍ଷତି କାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୭।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ପ୍ରେ କରାଯାଉଥିବା ବିଶୋଧକ କ୍ଷତି କାରକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ସର୍ବସାଧାରଣ ସ୍ଥଳ ଅବା ଘରେ ଏହାକୁ ସ୍ପ୍ରେ କରିବା ଦ୍ୱାରା ବହୁ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ବିଶୋଧକ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶ୍ରିତ କରାଯାଇଥାଏ। ଏହା ମନୁଷ୍ୟ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଡବ୍ଲ୍ୟୁଏଚ୍‌ଓ କହିଛି।

Share