ବିଶୋଧନ ହେଲା ଅସ୍ଥାୟୀ କୋଭିଡ୍‌ ହସ୍‌ପିଟାଲ

ଶଙ୍କରାଖୋଲ,୧୧ା୪(ଡି.ଏନ୍‌.ଏ.)- ଶଙ୍କରାଖୋଲ ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ଭାବେ କୋଭିଡ ହସ୍‌ପିଟାଲ କରାଯାଇଛି। ଶନିବାର ଚକାପାଦ ଅଗ୍ନିଶମ ବିଭାଗ ପକ୍ଷରୁ ଏହାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରଣ ସିଞ୍ଚନ କରି ବିଶୋଧନ କରାଯାଇଛି। ଟିମ୍‌ ହ୍ୟୁମାନିଟ୍‌ର ସଦସ୍ୟ ରାଜେଶ ପାଣିଗ୍ରାହୀ, ଅଶ୍ୱିନୀ କୁମାର ପଣ୍ଡା ଏଥିରେ ସହଯୋଗ କରିଥିଲେ। ଶଙ୍କରାଖୋଲ ଗ୍ରାମବାସୀ ଗଁାକୁ ବିଶୋଧନ କରିବାକୁ କହିଥିଲେ ମଧ୍ୟ ମନା କରାଯାଇଥିଲା। ଏନେଇ ଚକାପାଦ ବିଡିଓ ତଥା ମାଜିଷ୍ଟ୍ରେଟ ଅନିଲ କୁମାର ପଟ୍ଟନାୟକଙ୍କୁ ଅବଗତ କରାଯିବା ପରେ ସେ ଅନ୍ୟଦିନ ବିଶୋଧନ କରାଯିବ ବୋଲି କହିଥିଲେ।

Share