କେନ୍ଦୁଝର, ୧୬ା୪(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଶୁଆକାଟି ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ ରାସ୍ତାଘାଟକୁ ବୁଧବାର ବିଶୋଧନ କରାଯାଇଛି। କଳିଙ୍ଗ କମର୍ସିଆଲ କର୍ପୋରେଶନ ପକ୍ଷରୁ ଇଚିଣ୍ଡା, ତଳ କଇଁସରୀ, ଓଏମ୍ସି ଅଫିସ, ଓଏମସି କଲୋନୀ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଅକ୍ଷୟ ପାଲ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରବନ୍ଧକ ଜି. ଶ୍ରୀ କୁମାର ଓ ମେକାନିକାଲ ମୁଖ୍ୟ ଭକ୍ତ ପ୍ରସାଦ ସେଠୀଙ୍କ ତତ୍ତ୍ୱବଧାନ ଓ ସରକାରଙ୍କ ଗାଇଡ଼ଲାଇନରେ ବିଶୋଧନ କରଣ କରାଯାଇଛି।