ବିଶୋଧନ ହେଲା ଝାରପଡ଼ା କେଶୁରା ଅଞ୍ଚଳ

କଟକରୋଡ,୯ା୪(ଡି.ଏନ.ଏ.): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ପରେ ବୁଧବାର ସକାଳୁ ଉକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ସାନିଟାରି ଇନ୍ସପେକ୍ଟର ବିଜୟ ମହାପାତ୍ର ଓ ଅଗ୍ନିଶମ ବିଭାଗ ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କ ସମେତ ୩ଜଣ ଅଧିକାରୀ, ୨୫ଜଣ ଅଗ୍ନିଶମ କର୍ମଚାରୀ ୫ଟି ଦମକଳ ମାଧ୍ୟମରେ ଝାରପଡ଼ା କେଶୁରା, ମଙ୍ଗରାଜ ପଏଣ୍ଟ ଆଦି ଅଞ୍ଚଳରେ ବିଶୋଧନ କାର୍ଯ୍ୟ କରିଛନ୍ତି। ସେହିଭଳି ବମିଖାଲ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଜାରି ରହିଥିବାବେଳେ ସତ୍ୟନଗର ଓ ଶହୀଦ ନଗର ଅଞ୍ଚଳରେ ମଧ୍ୟ ସାନିଟାଇଜ କରାଯାଉଥିବା ସୂଚନା ମିଳିଛି।

Share